Abyakta Akhyara
Overview
'ଅବ୍ୟକ୍ତ ଅକ୍ଷର' ସୁଖ-ଦୁଃଖ, ଏକେଲାପଣ ଓ ଅନ୍ତରାତ୍ମାର ତୃପ୍ତି ଭିତରେ ଯେଉଁ ଧୂସର କୋଠରୀ ସବୁ ରହିଛି, ସେଇ ସ୍ଥାନରେ ଏଣେତେଣେ ଘୂରିବୁଲନ୍ତି । ଏଇ ଅକ୍ଷର ମାନଙ୍କର ଅସହାୟତାପଣ ଏହିକି ଯେ, ସେମାନେ ଶବ୍ଦ ତିଆରି କରିପାରିନାହାଁନ୍ତି । ସେମାନେ କାଳିରେ ଉତ୍ତାରି ହୋଇନାହାଁନ୍ତି । କିନ୍ତୁ ସେ ଅକ୍ଷର ସବୁର ମହତ୍ତ୍ୱ ମାପିପାରିବା ବହୁତ କଷ୍ଟକର ବ୍ୟପାର । ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକ କୌଣସି ବିପ୍ଳବର ଉପୋଦ୍]ଘାତ କରିବା ପାଇଁ କିମ୍ବା ଭଙ୍ଗା ହୃଦୟକୁ ଆହୁରି ଭାଙ୍ଗିବାକୁ ପ୍ରଣୋଦିତ ନୁହଁନ୍ତି । ସମସ୍ତ କବିତାର ଉଦ୍ଦେଶ୍ୟ ହେଲା ମନର ସଂଗୁପ୍ତ କୋଣରେ ହାଲିଆ ହେଇ ବିଶ୍ରାମ ନେଉଥିବା ମାନବୀୟ ସମ୍ବେଦନଶୀଳତାକୁ ଟିକିଏ ଉଜାଗର କରିବା । ପ୍ରାଚୁର୍ଯ୍ୟର ବିସ୍ତାରୀକରଣ ଭିତରେ, ଉପଭୋକ୍ତାବାଦର ଜୟଜୟ ଧ୍ୱନି ଭିତରେ ଅସହାୟ ପ୍ରାଣକୁ ଆମେ ଟିକେ ଅନେଇବା । ତା'ପରେ ବ୍ୟଥିତ ହେବେ କି ବିପ୍ଲବ କରିବେ କି ପରିବର୍ତ୍ତନର ଧ୍ୱନିକୁ ଶାଣିତ କରିବେ, ସେ ସବୁ ଶୂନ୍ୟସ୍ଥାନ ପୂରଣ କରିବା ପାଠକମାନଙ୍କର ସ୍ୱାଧୀନଚେତା ମନୋଭାବ ଏବଂ ସ୍ପର୍ଶକାତରତା ଉପରେ ନିର୍ଭରଶୀଳ । ସେଇ ଶୂନ୍ୟସ୍ଥାନମାନଙ୍କରେ ଅବ୍ୟକ୍ତ ଅକ୍ଷରଗୁଡ଼ିକର ପ୍ରତିଧ୍ୱନି ନିଶ୍ଚେ ଶୁଭିବ ଓ ଏହି କବିତାମାନଙ୍କରେ ବିଜ୍ଞାନ ପ୍ରତି କିଛି ଅବିଚାର ହୋଇଥାଇପାରେ । ସାତଭାୟାର ଝାଉଁବଣ ସ୍ମୃତି ରୋମନ୍ଥନ କରିବା, ବିଦ୍ୟାଳୟ ବାରଣ୍ଡା ଦୁଃଖରେ ମ୍ରିୟମାଣ ହେବା କିମ୍ବା 'ଗୁଳି' ବ୍ୟଥିତ ହୃଦୟ ଧରି କାନ୍ଦିବା ଏ କବିତାର ଅକ୍ଷରମାନେ ଧୃଷ୍ଟତା ସହ ବ୍ୟକ୍ତ କରିଛନ୍ତି । ଅନ୍ତରର ଅକ୍ଷରଗୁଡ଼ିକର ଗତି ରେଖାଙ୍କିତ ନଥାଏ । ସେମାନେ ଘୂରିବୁଲିବେ ଓ ତା'ଙ୍କୁ ଏକାଠି କରି ସମ୍ବେଦନଶୀଳତାର କିଛି ଫର୍ଦ୍ଦ ଏ କବିତାଗୁଡ଼ିକରେ ଯୋଡି ହୋଇଯାଇଛି । ତେବେ ଯାହା ଅବ୍ୟକ୍ତ ରହିଗଲା, ତାହା ଧୂସର ହଁ ଦିଶିବ ଓ ଏଥିରେ କାହାକୁ ଆକ୍ଷେପ, ପ୍ରତିଆକ୍ଷେପ ବା ଆକ୍ରୋଶ ଅଜାଡିଦେବା ପାଇଁ ଗୋଟିଏ ଅକ୍ଷର ବି ଅପଚୟ କରାହେଇନପାରିବେ ।
This item is Non-Returnable
Customers Also Bought
Details
- ISBN-13: 9781645603733
- ISBN-10: 1645603733
- Publisher: Black Eagle Books
- Publish Date: April 2023
- Dimensions: 8.5 x 5.5 x 0.31 inches
- Shipping Weight: 0.38 pounds
- Page Count: 130
Related Categories
