menu
{ "item_title" : "Sachitra Andhara", "item_author" : [" Ramakanta Rath "], "item_description" : "ବୁଦ୍ଧି ଓ ଆବେଗ ଭିତରେ ପ୍ରାର୍ଥକ୍ୟ ବା ଆବେଗର ପ୍ରାଧାନ୍ୟ ସାବ୍ୟସ୍ତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଏକ ମାର୍ଜିତ ଚିତ୍ତବୃତ୍ତିରେ ଏ ଦୁଇ ଉପାଦାନ ଅଭିନ୍ନ ଭାବେ ମିଶ୍ରିତ । ସାହିତ୍ୟ ସୃଷ୍ଟି କଲାବେଳେ ଛବିଟିଏ ଆଙ୍କିଲା ବେଳେ, ଗୀତଟିଏ ଗାଇଲା ବେଳେ ବୁଦ୍ଧି କାମ କରୁଥାଏ, ନଚେତ୍ ରଚନା ଭାବଜ୍ଞାପକ ହେବ ନାହିଁ, ବିଭିନ୍ନ ରଙ୍ଗକରି ତ୍ରୁଟିପୂର୍ଣ୍ଣ ବ୍ୟବହାର ଫଳରେ ବା ଅନୁପାତ ଅଭାବରେ ଛବିଟି ନିକୃଷ୍ଟ ହୋଇଯିବ, ଗୀତଟି ବେସୁରା ହୋଇଯିବ । ସେପରି ଗୋଟିଏ ସମସ୍ୟାର ସମାଧାନ ପାଇଯିବା ମୁହୂର୍ତ୍ତରେ ବୈଜ୍ଞାନିକ ଭାବାତିଶଯ୍ୟରେ ବିହ୍ୱଳ ହୋଇପଡ଼େ । ସେ ବୁଦ୍ଧି କିନ୍ତୁ ଉଦ୍ଦେଶ୍ୟମୂଳକ ଓ ପୂର୍ବବର୍ଣ୍ଣିତ ବୁଦ୍ଧିଠାରୁ ଅଲଗା । ଯଦି ପୂର୍ବବର୍ଣ୍ଣିତ ବୁଦ୍ଧି ଓ ଆବେଗ ଭିତରେ ଗୋଟିକ ବାଛିବାକୁ ପଡ଼େ, ତେବେ ଏହି ନିନ୍ଦିତ, ଅପରିଣାମଦର୍ଶୀ ଭାବବିହ୍ୱଳତା କେଡ଼େ ଶ୍ରେୟସ୍କର । ବେଳେବେଳେ ଏହା ଫଳରେ କବିତାଟିଏ ବା ଗପଟିଏ ଲେଖି ହୋଇଯାଏ, ଛବିଟିଏ ଆଙ୍କି ହୋଇଯାଏ, ମୂର୍ତ୍ତିଟିଏ ଗଢ଼ି ହୋଇଯାଏ । ବହୁତ ବର୍ଷ ପରେ, ଦିନେ ନିରୋଳାରେ ବସିଥିବାବେଳେ, ଲୋକଟିଏ କବିତାଟି କି ଗପଟି ପଢ଼ି ବା ସେ ଛବିଟି କିମ୍ବା ମୂର୍ତ୍ତିଟି ଦେଖି ଚମକି ପଡ଼ିପାରେ । ଏମିତି ଚମକି ପଡ଼ିବା ମୁହୂର୍ତ୍ତରେ ସେ ସଭ୍ୟତାର ନିରବଚ୍ଛିନ୍ନ ସ୍ରୋତ ସହିତ ହଠାତ୍ ସଂଯୁକ୍ତ ହୋଇଯାଏ, ଅସଂଖ୍ୟ ବ୍ୟକ୍ତି-ମୃତ୍ୟୁ ସତ୍ତ୍ୱେ ବିଦ୍ୟମାନ ଜୀବନ୍ତ ମଣିଷ ମୂର୍ତ୍ତିର ଅଂଶ ହୋଇଯାଏ । ଏପରି ଚମକପ୍ରଦ ମୁହୂର୍ତ୍ତଟିଏ ସୃଷ୍ଟି କରିବାଠାରୁ କେଉଁ ସାହିତ୍ୟିକର ବା କେଉଁ ଶିଳ୍ପୀର ଆଉ ବଡ଼ ଲକ୍ଷ୍ୟ କ'ଣ ଥାଇପାରେ? ଯଦି ତା'ର ଏ ଲକ୍ଷ୍ୟ ଆସିଯାଇଛି, ସେ ଏପରି ଏକ ଅବିନଶ୍ୱର ଜୀବନର ଅଂଶ ହୋଇ ସାରିଛି ଯେଉଁଥିରେ ବିଷାଦ ବି ଅଭିଳାଷର ଓ ଆବିଷ୍କାରର ଆନନ୍ଦ ସହିତ ଅପରିଚିତ ନୁହେଁ, ଯେଉଁଥିରେ ଗଦାଗଦା ଅପ୍ରାସଙ୍ଗିକ ଧ୍ୱଂସାବଶେଷର ଉର୍ଦ୍ଧ୍ୱରେ ଅତୁଳନୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟଟିଏ ପ୍ରତିପାଦି କରନ୍ତି । ଯଦି ସେତିକି ମାତ୍ର କୃତିତ୍ୱ, ସେତିକି ମାତ୍ର ସନ୍ତୋଷ ଫଳରେ ସେମାନଙ୍କର ଅନ୍ତିମକାଳ ଟିକିଏ କମ୍ ଦୁର୍ବିସହ ହୁଏ, ହେଉ ।- ରମାକାନ୍ତ ରଥ", "item_img_path" : "https://covers4.booksamillion.com/covers/bam/1/64/560/339/1645603393_b.jpg", "price_data" : { "retail_price" : "14.00", "online_price" : "14.00", "our_price" : "14.00", "club_price" : "14.00", "savings_pct" : "0", "savings_amt" : "0.00", "club_savings_pct" : "0", "club_savings_amt" : "0.00", "discount_pct" : "10", "store_price" : "" } }
Sachitra Andhara|Ramakanta Rath

Sachitra Andhara

local_shippingShip to Me
In Stock.
FREE Shipping for Club Members help

Overview

ବୁଦ୍ଧି ଓ ଆବେଗ ଭିତରେ ପ୍ରାର୍ଥକ୍ୟ ବା ଆବେଗର ପ୍ରାଧାନ୍ୟ ସାବ୍ୟସ୍ତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଏକ ମାର୍ଜିତ ଚିତ୍ତବୃତ୍ତିରେ ଏ ଦୁଇ ଉପାଦାନ ଅଭିନ୍ନ ଭାବେ ମିଶ୍ରିତ । ସାହିତ୍ୟ ସୃଷ୍ଟି କଲାବେଳେ ଛବିଟିଏ ଆଙ୍କିଲା ବେଳେ, ଗୀତଟିଏ ଗାଇଲା ବେଳେ ବୁଦ୍ଧି କାମ କରୁଥାଏ, ନଚେତ୍ ରଚନା ଭାବଜ୍ଞାପକ ହେବ ନାହିଁ, ବିଭିନ୍ନ ରଙ୍ଗକରି ତ୍ରୁଟିପୂର୍ଣ୍ଣ ବ୍ୟବହାର ଫଳରେ ବା ଅନୁପାତ ଅଭାବରେ ଛବିଟି ନିକୃଷ୍ଟ ହୋଇଯିବ, ଗୀତଟି ବେସୁରା ହୋଇଯିବ । ସେପରି ଗୋଟିଏ ସମସ୍ୟାର ସମାଧାନ ପାଇଯିବା ମୁହୂର୍ତ୍ତରେ ବୈଜ୍ଞାନିକ ଭାବାତିଶଯ୍ୟରେ ବିହ୍ୱଳ ହୋଇପଡ଼େ । ସେ ବୁଦ୍ଧି କିନ୍ତୁ ଉଦ୍ଦେଶ୍ୟମୂଳକ ଓ ପୂର୍ବବର୍ଣ୍ଣିତ ବୁଦ୍ଧିଠାରୁ ଅଲଗା । ଯଦି ପୂର୍ବବର୍ଣ୍ଣିତ ବୁଦ୍ଧି ଓ ଆବେଗ ଭିତରେ ଗୋଟିକ ବାଛିବାକୁ ପଡ଼େ, ତେବେ ଏହି ନିନ୍ଦିତ, ଅପରିଣାମଦର୍ଶୀ ଭାବବିହ୍ୱଳତା କେଡ଼େ ଶ୍ରେୟସ୍କର । ବେଳେବେଳେ ଏହା ଫଳରେ କବିତାଟିଏ ବା ଗପଟିଏ ଲେଖି ହୋଇଯାଏ, ଛବିଟିଏ ଆଙ୍କି ହୋଇଯାଏ, ମୂର୍ତ୍ତିଟିଏ ଗଢ଼ି ହୋଇଯାଏ । ବହୁତ ବର୍ଷ ପରେ, ଦିନେ ନିରୋଳାରେ ବସିଥିବାବେଳେ, ଲୋକଟିଏ କବିତାଟି କି ଗପଟି ପଢ଼ି ବା ସେ ଛବିଟି କିମ୍ବା ମୂର୍ତ୍ତିଟି ଦେଖି ଚମକି ପଡ଼ିପାରେ । ଏମିତି ଚମକି ପଡ଼ିବା ମୁହୂର୍ତ୍ତରେ ସେ ସଭ୍ୟତାର ନିରବଚ୍ଛିନ୍ନ ସ୍ରୋତ ସହିତ ହଠାତ୍ ସଂଯୁକ୍ତ ହୋଇଯାଏ, ଅସଂଖ୍ୟ ବ୍ୟକ୍ତି-ମୃତ୍ୟୁ ସତ୍ତ୍ୱେ ବିଦ୍ୟମାନ ଜୀବନ୍ତ ମଣିଷ ମୂର୍ତ୍ତିର ଅଂଶ ହୋଇଯାଏ । ଏପରି ଚମକପ୍ରଦ ମୁହୂର୍ତ୍ତଟିଏ ସୃଷ୍ଟି କରିବାଠାରୁ କେଉଁ ସାହିତ୍ୟିକର ବା କେଉଁ ଶିଳ୍ପୀର ଆଉ ବଡ଼ ଲକ୍ଷ୍ୟ କ'ଣ ଥାଇପାରେ? ଯଦି ତା'ର ଏ ଲକ୍ଷ୍ୟ ଆସିଯାଇଛି, ସେ ଏପରି ଏକ ଅବିନଶ୍ୱର ଜୀବନର ଅଂଶ ହୋଇ ସାରିଛି ଯେଉଁଥିରେ ବିଷାଦ ବି ଅଭିଳାଷର ଓ ଆବିଷ୍କାରର ଆନନ୍ଦ ସହିତ ଅପରିଚିତ ନୁହେଁ, ଯେଉଁଥିରେ ଗଦାଗଦା ଅପ୍ରାସଙ୍ଗିକ ଧ୍ୱଂସାବଶେଷର ଉର୍ଦ୍ଧ୍ୱରେ ଅତୁଳନୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟଟିଏ ପ୍ରତିପାଦି କରନ୍ତି । ଯଦି ସେତିକି ମାତ୍ର କୃତିତ୍ୱ, ସେତିକି ମାତ୍ର ସନ୍ତୋଷ ଫଳରେ ସେମାନଙ୍କର ଅନ୍ତିମକାଳ ଟିକିଏ କମ୍ ଦୁର୍ବିସହ ହୁଏ, ହେଉ ।


- ରମାକାନ୍ତ ରଥ

This item is Non-Returnable

Details

  • ISBN-13: 9781645603399
  • ISBN-10: 1645603393
  • Publisher: Black Eagle Books
  • Publish Date: November 2022
  • Dimensions: 8.5 x 5.5 x 0.42 inches
  • Shipping Weight: 0.52 pounds
  • Page Count: 182

Related Categories

You May Also Like...

    1

BAM Customer Reviews